କରୋନା ମାଡ଼ରେ ବାଣ କାରିଗରଙ୍କ ବେଉସା ବନ୍ଦ, ଜୀବିକା ଚିନ୍ତାରେ ସାଲେପୁର ପଦ୍ମପୁର ଓ ଆଖପାଖର ବେପାରୀ

Published By : Prameya-News7 Bureau | November 11, 2020 IST

ସାଲେପୁର ୧୧।୧୧: ଦୁର୍ଦ୍ଦିନରେ ବାଣ କାରିଗର । କରୋନା ମହାମାରୀ ପାଇଁ ଜୀବିକା ହରାଇ ବସିଛନ୍ତି କରିଗର । କରୋନା ସ୍ଥିତିକୁ ଦେଖି ସରକାର ଅନେକ ନିୟମ କରୁଛନ୍ତି । କିନ୍ତୁ ସରକାରଙ୍କ ନୀତି ନିୟମରେ ବଳି ପଡିଯାଉଛନ୍ତି କୌଳିକ ବୃତ୍ତି କରି ଚଳୁଥିବା ବାଣ କାରିଗର । ବାଣ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିବା କଟକ ଜିଲ୍ଲା ସାଲେପୁର ତ୍ରିଲୋଚନପୁର, ମହାଜନପୁର, ପଦ୍ମପୁର ଓ ପୁରୁଷୋତ୍ତମପୁର ଅଞ୍ଚଳ ଆଜି କରୋନା ପ୍ରଭାବରେ ଶ୍ରୀହିନ ପାଲଟିଛି।

ବାଣ କାରିଗରମାନଙ୍କ କୂଳବେଉସା ଏବେ ଅନ୍ଧକାର ଭିତରେ। କୋଭିଡ କଟକଣା ସାଙ୍ଗକୁ ମହାମାରୀର ମହାଭୟ ।  ଦିନକୁଦିନ ସରକାରୀ ନିୟମ ବଦଳୁଥିବା ହେତୁ ବାଣ କାରିଗର ମାନେ ହାତବନ୍ଧି ବସିଛନ୍ତି। କରୋନା କଟକଣାରେ କବଳିତ ବାଣ କାରିଗର ମାନଙ୍କ କରୁଣ କାହାଣୀ ଦେଖିବ କିଏ । ସାଲେପୁର ବ୍ଲକ ତ୍ରିଲୋଚନପୁର, ମହାଜନପୁର, ପଦ୍ମପୁର,ପୁରୁଷୋତ୍ତମପୁର ଗାଁ ବାଣ ପାଇଁ ସାରା ରାଜ୍ୟରେ ଦ୍ୱିତୀୟ ଶିବକାଶୀ ନାମରେ ପ୍ରସିଦ୍ଧ ଲାଭ କରିଥିବା ବେଳେ କାରୋନା କଟକଣା ପାଇଁ ଶ୍ରୀହୀନ ଲାଗୁଛି।। ଦିନରାତି ଏଠି ଏକ କରି ପିଲାଙ୍କ ଠୁ ବୟସ୍କ ପଯ୍ୟନ୍ତ ଲାଗିପଡ଼ିଥାନ୍ତି ବାଣ  ତିଆରି କାମରେ। ବିଭିନ୍ନ ପ୍ରକାରର ବାଣ ତିଆରି କରି  ସାରା ରାଜ୍ୟକୁ ଯୋଗାଇଥାନ୍ତି ବାଣ କାରିଗର। କିନ୍ତୁ ଏବେ କୁଳ ବେଉସା ଉପରେ ପଡିଛି  କରୋନା ମାଡ଼ । କାରୋନା କଟକଣା ଆଉ ପୋଲିସର ଜୁଲମ ସବୁ କିଛି କରିଦେଇଛି ଠପ୍ । କରୋନା କଟକଣା ପାଇଁ କେହି ଜଣେ ହେଲେବି ଗରାଖ ଆସୁନାହାନ୍ତି ଗାଁକୁ। ସରକାର ଏମାନଙ୍କ ପାଇଁ ଆଗକୁ କିଛି ବ୍ୟବସ୍ଥା ନକଲେ ବୃତ୍ତିକୁ ନେଇ ବଞ୍ଚିବା ଅସମ୍ଭବ ହୋଇପଡିବ ବୋଲି ବାଣ କାରିଗର ମାନେ କହିଛନ୍ତି।

ଦୀପାବଳୀରେ ସରକାର ବାଣ ଫୁଟା ଓ ବାଣ ବିକ୍ରିକୁ ନାଁ କରିବା ପରେ ଏବେ ଚିନ୍ତାରେ ବାଣ କାରିଗର। ବାଣ ତିଆରି କରି ଏହି ଅଂଚଳର ଲୋକମାନେ ବର୍ଷକ ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ପ୍ରଶାସନର କାରୋନାକୁ ନେଇ ଯେଉଁ କଟକଣା ଲଗାଇଛନ୍ତି । ସେଥିରୁ ବାଣ କାରିଗର ବଞ୍ଚିବା କଷ୍ଟକର ହୋଇପଡିବେ। ଫଳରେ ସେମାନଙ୍କ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍‌ ହୋଇଯାଇଛି । କୋଭିଡ଼ କଟକଣା ସାଙ୍ଗକୁ ଘଡିକୁ ଘଡି ବଦଳୁଥିବା ନିୟମ ଭିତରେ ଘାଣ୍ଟି ହେଉଛନ୍ତି ବାଣ କାରିଗରମାନେ। ପ୍ରଶାସନ କରୋନା କଟକଣା ଭିତରେ ଯଦି ନିୟମ କୋହଳ କରିଥାନ୍ତେ । ତେବେ ଏହି ବାଣ କାରିଗର ମାନେ ଜୀବନ ଜୀବିକା ବଞ୍ଚିଯାଇଥାନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.