ଭିଜିଲାନ୍ସ ଜାଲରେ ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରାପଡିଲେ

Published By : Prameya-News7 Bureau | January 29, 2019 IST

ବାଲିପାଟଣା୨୯|୧: ଭିଜିଲାନ୍ସ ଜାଲରେ ବାଲିପାଟଣା ଅଗ୍ନିଶମ ଅଧତ୍କାରୀ । ଏକ ଗାଡିପୋଡିର ରିପୋର୍ଟ ଦେବାପାଇଁ ନେଉଥିଲେ ଟଙ୍କା । ରେଡହେଣ୍ଡ ଧରିଲା ଭିଜିଲାନ୍ସ । ଗତ ଡିସେମ୍ବର ମାସରେ ସୟଦ ସାହିଲ ଉଲ୍ଲାଙ୍କର ଏକ ଟ୍ରକ୍ ପୋଡିଯାଇଥିଲା ।

{"id":79409}

ଇନ୍ସୁରାନ୍ସ ପାଇଁ ଦରକାର ହେଉଥଲା ଗାଡିପୋଡି ରିପୋର୍ଟ , ଯାହା ଦେଇଥାନ୍ତେ ବାଲିପାଟଣା ଅଗ୍ନିଶମ ଅଧତ୍କାରୀ ପ୍ରଫୁଲ୍ଲ କୁମାର ବହେରା । ମାତ୍ର ଏଥିତ୍ପାଇଁ ପ୍ରଫୁଲ୍ଲ ୧୫ ହଜାର ଲାଂଚ ଦାବୀ କରୁଥିଲେ । ୧୫ ହଜାର ନଦେଲେ ରିପୋର୍ଟ ଦିଆଯିବନି ବୋଲି ରୋକଠୋକ୍ ମାନ କରିଥିଲେ । ଏ ସମ୍ପର୍କରେ ସାହିଲ ଭିଜିଲାନସରେ ଜଣାଇଥିଲେ ।

{"id":79410}

ଯୋଜନା ଅନୁସାରେ ଭିଜିଲାନ୍ସ ଦେଇଥିବା ରାସାୟନିକ ପ୍ରଲେପ ଯୁକ୍ତ ୫ ହଜାର ଟଙ୍କାକୁ ସାହିଲ ଆଜି ଅଗ୍ନିଶମ ଅଧତ୍କାରୀଙ୍କୁ ଦେଇଥିଲେ । ସେ ଟଙ୍କା ଗ୍ରହଣ ମଧ୍ୟ କରିଥିଲେ ।  ଏହି ସମୟରେ ଭିଜିଲାନ୍ସର ଅଧତ୍କାରୀମାନେ ପ୍ରଫୁଲଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ । ପ୍ରଫୁଲ ଦିର୍ଘଦିନ ଏହିଭଳି ସାଧାରଣ ଲୋକମାନଙ୍କୁ ହଇରାଣ ହରଗତ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା । ପ୍ରଫୁଲ୍ଲଙ୍କୁ ଭିଜିଲ୍।ନ୍ସ ଗିରଫ କରିଛି ।

{"id":79411}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.