Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଲସ୍ଏଞ୍ଜଲସ୍ ଜଙ୍ଗଲରେ ବ୍ୟାପୁଛି ନିଆଁ, ଦକ୍ଷିଣ କାଲିଫର୍ଣ୍ଣିଆରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ନିର୍ଦ୍ଦେଶ

3/08/2020 at 6:25 PM

ଲସ୍‌ଏଞ୍ଜେଲସ୍‌ ୩।୮: ଆମେରିକା ଲସ୍‌ଏଞ୍ଜେଲସ୍‌ ପୂର୍ବ ପାର୍ବତୀୟ ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗିଯାଇଛି। ପରିସ୍ଥିତି ଉଦବେଗଜନକ ହେବା ଆଶଙ୍କାରେ ସୋମବାର ଦକ୍ଷିଣ କାଲିଫର୍ଣ୍ଣିଆରୁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର ଲାଗି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। କାଲିଫର୍ଣ୍ଣିଆ ଅଗ୍ନିଶମ ବିଭାଗ ସୂଚନା ଅନୁସାରେ ରିଭରସାଇଡ କାଉଣ୍ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୮୦ ବର୍ଗ କିଲୋମିଟର ଜଙ୍ଗଲ ଜଳି ପାଉଁଶ ହୋଇଗଲାଣି।

ଆମେରିକା ବନ ସେବା ବିଭାଗ ମୁଖପାତ୍ର ଲିସା କକ୍ସ ଗଣମାଧ୍ୟମକୁ ସୂଚନା ଦେଇ ଦମକଳ ବିଭାଗ କର୍ମଚାରୀଙ୍କୁ ଆମେ ବିପଦରେ ପକାଇବାକୁ ଚାହୁଁ ନଥିବା କହିଛନ୍ତି। ତେବେ ସେମାନେ ସତର୍କତା ଅବଲମ୍ବନ କରିବା ସହ ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବାର କହିଛନ୍ତି। ଏଥିଲାଗି ହେଲିକପ୍ଟରର ସହାୟତା ମଧ୍ୟ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟଯେ ଗତ ଶୁକ୍ରବାର ଜଙ୍ଗଲର ଦୁଇଟି ସ୍ଥାନରେ ନିଆଁ ଦେଖାଯାଇଥିଲା। ତେବେ ସେତେବେଳେ ନିଆଁ ଲିଭାଇବାକୁ ଉଦ୍ୟମ କରା ନଯିବା ଯୋଗୁ ନିଆଁ ଏବେ ଭୀଷଣ ରୂପନେଇ ବ୍ୟାପିବାରେ ଲାଗିଛି। ଏହି ନିଆଁ ପ୍ରଥମ ଚେରି ଭେଲିରେ ଲାଗିଥିଲା। ଦେଖୁ ଦେଖୁ ସମଗ୍ର ରିଭରସାଇଡ କାଉଣ୍ଟି ଏବେ ନିଆଁରେ ଘେରିଯାଇଛି। ବନାଗ୍ନି ବ୍ୟାପିବା ପରେ ପ୍ରାୟ ୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ  ସ୍ଥାନାନ୍ତରଣ କରାଗଲାଣି।

   Related Posts