Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ସୁରଟ ଅଘଟଣ ପରେ ପଶିଲା ଚେତା, ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ବ୍ରହ୍ମପୁରର ୧୦ଟି କୋଚିଂ ସେଣ୍ଟରରେ ଚଢାଉ

2/06/2019 at 5:29 PM

ବ୍ରହ୍ମପୁର ୨|୬: ସୁରଟ ଅଘଟଣ ପରେ ପଶିଲା ଚେତା । ବ୍ରହ୍ମପୁରର ୧୦ଟି କୋଚିଂ ସେଣ୍ଟରରେ ଚଢାଉ । ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି ନା ନାହିଁ ଯାଞ୍ଚ ହେବାସହ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଲେ ବିଭାଗୀୟ କର୍ତ୍ତୃପକ୍ଷ । ସେପଟେ ଷ୍ଟିଲ ସିଟିର ୧୩୦ କୋଚିଂ ସେଣ୍ଟରରେ ବି ହୋଇଛି ରେଡ୍ ।

ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି ନା ନାହିଁ । ନିୟମ ପାଳନ କରାଯାଉଛି ନାହିଁ । ଏଥିପାଇଁ ବ୍ରହ୍ମପୁରର ୧୦ କୋଚିଂ ସେଣ୍ଟରରେ ହୋଇଛି ଚଢ଼ାଉ । ରାଜ୍ୟ ଅଗ୍ନିଶମ ବିଭାଗ ଆଇଜି ରାଜେଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧନାରେ ବିଭାଗୀୟ କର୍ମଚାରୀମାନେ ଯାଞ୍ଚ କରିଥିଲେ। କେବଳ ଯାଞ୍ଚ କରିନାହାନ୍ତି, ଛାତ୍ରଛାତ୍ରୀମାନଙ୍କୁ ସଚେତନ ବି କରାଇଛନ୍ତି । 

ଅଗ୍ନିକାଣ୍ଡ ସମୟରେ କିଭଳି ନିଆଁକୁ ଆୟତ୍ତ କରି ଜୀବନକୁ ସୁରକ୍ଷିତ ରଖିପାରିବେ ସେ ସଂପର୍କରେ ଅବଗତ ହୋଇଛନ୍ତି ଛାତ୍ରଛାତ୍ରୀ ।  ସେପଟେ ଏହି ନିୟମକୁ ମାନିନଥିବା କୋଚିଂ ସେଣ୍ଟର ଗୁଡିକୁ ନୋଟିସ୍ କରାଯିବ। ପରବର୍ତ୍ତୀ ସମୟରେ ନିୟମକୁ ଖିଲାଫ୍ କରିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ବୋଲି ବିଭାଗୀୟ ଆଇ.ଜି ରାଜେଶ କୁମାର କହିଛନ୍ତି।

ଚଢ଼ାଉରୁ ବାଦ୍ ପଡ଼ିନି ଷ୍ଟିଲ ସିଟି । ୧୩୦ କୋଚିଂ ସେଣ୍ଟରରେ ଚଢ଼ାଉ ହେଲା । ନିଆଁ ଲାଗିଲେ କେମିତି ଛାତ୍ରଛାତ୍ର ବର୍ତ୍ତିପାରିବେ ସେ ନେଇ ସେଚତନ ବି ହେଲେ ଛାତ୍ରଛାତ୍ରୀ । କଟକରୁ ଆସିଥିବା ଚିଫ୍ ଫାୟାର ଅଫିସର ମହେଶ୍ବର ସ୍ବାଇଁଙ୍କ ନେତୃତ୍ବରେ ୧୦ଟି ଟିମ୍ ଗଠନ ହେଲା । କୋଏଲ ନଗର, ବାସନ୍ତୀ କୋଲନୀ, ଛେଣ୍ଡ, ସିଭିଲ ଟାଉନସିପ୍ ଆଦି ଅଞ୍ଚଳରେ ଥିବା କୋଚିଂ ସେଣ୍ଟର ସବୁ ଯାଞ୍ଚ କଲେ ଏହି ଟିମ୍ । ଯେଉଁଠି ଫାୟାର ସେଫ୍ଟି ବ୍ୟବସ୍ଥା ନାହିଁ, ସେମାନଙ୍କୁ ନୋଟିସ୍ ହୋଇଛି । ୧୫ ଦିନ ଭିତରେ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଚଢ଼ାଉ, ନୋଟିସ୍ ରେ ବିଭାଗୀୟ ତତ୍ପରତା ସୀମିତ ରହୁଛି ନା ସତରେ କିଛି କାର୍ଯ୍ୟାନୁଷ୍ଠାନ, ପଦକ୍ଷେପ ନିଆଯିବ ତାକୁ ଏବେ ଅପେକ୍ଷା ।

   Related Posts