ରାଉରକେଲାର ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ

Published By : Prameya-News7 Bureau | June 01, 2019 IST

ରାଉରକେଲା ୧|୬: ସୁରତର କୋଚିଂ ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶା ସରକାର ଛାନିଆ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ମାନଙ୍କରେ ଅଗ୍ନିଶମ ବିଭାଗ ଚଢ଼ାଉ କରିଛି । ଆଜି ରାଉରକେଲା ସହରର ଥିବା ୧୩୦ଟି କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗ କରିଛି ଚଢ଼ାଉ କରିଛି ।

{"id":118213}

ପୂର୍ବରୁ ଭୁବନେଶ୍ବର ଓ କଟକରେ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା । କଟକରୁ ଆସିଥିବା ଚିଫ୍ ଫାୟାର ଅଫିସର ମହେଶ୍ବର ସ୍ବାଇଁଙ୍କ ନେତୃତ୍ବରେ ୧୦ ଗୋଟି ଟିମ୍ ଗଠନ କରି, କୋୟଲ ନଗର, ବସନ୍ତି କଲୋନୀ, ଛେଣ୍ଡ ତଥା ରାଉରକେଲା ସହରର ଥିବା ବିଭିନ୍ନ ଅଂଚଳର କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.