Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଅଗ୍ନିଶମ ହାବିଲଦାରଙ୍କ ମୃତ୍ୟୁ, ମାସେ ତଳେ ଦୁର୍ଘଟଣାର ଶିକାର ହୋଇଥିଲେ

1/05/2021 at 3:58 PM

ଆନନ୍ଦପୁର ୧।୫: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଗ୍ନିଶମ ବିଭାଗ ହାବିଲଦାର ପୂର୍ଣ୍ଣ ଚନ୍ଦ୍ର ମୁର୍ମୁଙ୍କର ଶନିବାର ଦେହାନ୍ତ ହୋଇଛି । ପ୍ରାୟ ମାସେ ତଳେ ଛୁଟି ନେଇ ବାଇକ୍ ଯୋଗେ ନିଜ ପୈତୃକ ଘର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ଆନନ୍ଦପୁର ଫାୟାର କ୍ୟାମ୍ପସ ସରକାରୀ ବାସଭବନରେ ଛୁଟିରେ ରହିଥିଲେ ।

ତେବେ ଶନିବାର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହାବିଲଦାର ପୂର୍ଣ୍ଣଚନ୍ଦ୍ର ଜଣେ ନିର୍ଭିକ ଅଗ୍ନିସେବା ସଂସ୍ଥା କର୍ମଚାରୀ ଥିବା ଆନନ୍ଦପୁର ଫାୟାର ଅଫିସର ପ୍ରତାପ ଚନ୍ଦ୍ର ସିଂ କହିଛନ୍ତି । ତାଙ୍କ ବିୟୋଗରେ ଆନନ୍ଦପୁର, ଘସିପୁରା ଓ ହାଟଡିହି ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀଙ୍କ ମହଲରେ ଶୋକ ପ୍ରକାଶ ପାଇଛି ।

   Related Posts