Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ର ପ୍ରସ୍ତୁତି, ମୁକାବିଲା ପାଇଁ ଏନଫୋର୍ସମେଣ୍ଟ ଟିମ୍ ଗଠନ

2/12/2021 at 11:24 AM

କଟକ ୨।୧୨: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ପ୍ରସ୍ତୁତି ଆରମ୍ଭ କଲାଣି ଅଗ୍ନିଶମ ବିଭାଗ । ମୁକାବିଲା ପାଇଁ ମୋଟ ୪୭ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଥିବା ଅଗ୍ନିଶମ ବରିଷ୍ଠ ଅଧିକାରୀ ମହେଶ୍ବର ସ୍ବାଇଁ ସୂଚନା ଦେଇଛନ୍ତି । ଗୁରୁବାର ଅପରାହ୍ନରେ ସମ୍ବଲପୁର ରେଞ୍ଜରୁ ୨୫ଟି ଟିମ୍ ଆସି କଟକ ନରାଜ ଅଗ୍ନିଶମ କାର୍ଯ୍ୟାଳୟରେ ପହଞ୍ଚିବେ ।

ବାଲେଶ୍ଵର ରେଞ୍ଜରେ ୧୨ଟି ଟିମ୍ ସଜାଗ ରହିଛନ୍ତି । ଯେଉଁ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁବ ସେଠାକୁ ଅଧିକ ଟିମ୍ ପଠାଯିବ। ରାଜ୍ୟର ୩୩୯ଟି ଅଗ୍ନିଶମ କେନ୍ଦ୍ରରେ ଗୋଟିଏ ଲେଖାଏଁ ଟିମ୍ ସଜାଗ ରହିଛନ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ଓଡ୍ରାଫ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ମୁକାବିଲା ପାଇଁ ମୋଟ୍ ୬୦ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ରାଜ୍ୟର ୨୦ଟି ଓଡ୍ରାଫ କେନ୍ଦ୍ରରେ ସଜାଗ ଅଛନ୍ତି ୮୫୦ଜଣ ଯବାନ।

   Related Posts