୨ଦିନ ପରେ ନାଳରୁ ଉଦ୍ଧାର ହେଲା ମିନିଟ୍ରକ, ବନ୍ୟାଜଳରେ ଭାସିଯାଇଥିଲା

Published By : Prameya-News7 Bureau | August 28, 2020 IST

ପାଟଣା ୨୮।୦୮: ବନ୍ୟାଜଳରେ ଭାସି ଯାଇଥିବା ଟ୍ରକକୁ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ଢେଙ୍କିକୋଟ ରାସ୍ତାରେ ସ୍ୱାନ ନାଳରେ ଭାସିଯାଇଥିଲା ଟ୍ରକ । ଅଗ୍ନିଶମ ବାହିନୀ କ୍ରେନ ସହାୟତାରେ ଟ୍ରକକୁ ଉଦ୍ଧାର କରିଛି ।

{"id":321587,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ଦିନ କେନ୍ଦୁଝର ଜିଲ୍ଲା ପାଟଣା ଢେଙ୍କିକୋଟ ରାସ୍ତାର ସ୍ୱାମ ନାଳର ପୋଲ ଉପରେ ଧାନ ବୋଝେଇ ମିନି ଟ୍ରକ ଭାସିଯାଇଥିଲା । ଲଗାଣ ବର୍ଷା ଲାଗି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ଠିକ୍‌ ଏହି ସମୟରେ ଏକ ଧାନ ବୋଝେଇ ମିନିଟ୍ରକ ଆସୁଥିଲା ।

{"id":321588,"sizeSlug":"large"}

ମିନିଟ୍ରକଟି ବନ୍ୟାଜଳ ପ୍ରବାହିତ ହେଉଥିବା ପୋଲ ପାର୍‌ ହେବାକୁ ଉଦ୍ୟମ କରୁଥିଲା । କିନ୍ତୁ  ବହୁ ଜୋରର୍‌ ପ୍ରବାହିତ ହେଉଥିବା ବନ୍ୟାଜଳ ଟ୍ରକକୁ ଭସାଇନେଇଥିଲା । ଯାହାଫଳରେ ଟ୍ରକଟି ଭାସିଯାଇଥିଲା । ତେବେ ପାଣି ଛାଡିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପାଟଣା ଅଗ୍ନିଶମ ବାହିନୀ ଏକ କ୍ରେନ୍‌ ଦ୍ୱାରା ମିନିଟ୍ରକକୁ ଉଦ୍ଧାର କରିଛି ।

wp:core-embed/wordpress {"url":"http://www.prameyanews7.com/truck-floating-driver-mruta-in-patna/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/truck-floating-driver-mruta-in-patna/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.