ଭୟାବହ ଅଗ୍ନିକାଣ୍ଡ, ନିଆଁ ଲାଗି ଦୁଇ ମହିଳା ଗୁରୁତର

Published By : Prameya-News7 Bureau | October 20, 2020 IST

ଝାରସୁଗୁଡା ୨୦।୧୦: ଝାରସୁଗୁଡା ବ୍ରଜରାଜନଗରରେ ଅଗ୍ନିକାଣ୍ଡ । ଷ୍ଟେସନପଡ଼ାରେ ଗୋଟିଏ ଘରେ ନିଆଁ ଲାଗି ଦୁଇ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ଆହତ ମହିଳା ହେଲେ ପ୍ରିୟା ଘୋଷ ଓ ନିଶା ପାତ୍ର ।

{"id":347554,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ଷ୍ଟେସନପଡ଼ାରେ ରହୁଥିବା ପ୍ରିୟାଘୋଷଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରିୟା ଓ ତାଙ୍କ ପଡୋଶୀ ମହିଳା ଚେଷ୍ଟା କରିଥିଲେ । ଫଳରେ ଉଭୟେ ନିଆଁରେ ଜଳି ଯାଇଥିଲେ । ଖବରପାଇ ସ୍ଥାନୀୟ ଲୋକେ ଓ ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣରେ ଆଣିଥିଲେ । ଏହାସହ ଆହତ ଦୁଇ ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.