ଦୀପାବଳିରେ ଅଗ୍ନିକାଣ୍ଡ: ଜଗତସିଂହପୁରରେ ଜଳିଯାଇଛି ୪ବଖରା ଘର

Published By : Prameya-News7 Bureau | November 08, 2018 IST

ଜଗତସିଂହପୁର ୮/୧୧:  ଜଗତସିଂହପୁରରେ  ଜିଲ୍ଲା ସଦର ତହସିଲ ଚର୍ଚିକା ବଜାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏହି ଗାଁର ନିରୋଦ ନଳିନୀ ଦାସଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡି ନଥିବାବେଳେ ବାଣ ନିଆଁ ପଡି ଘର ପୋଡି ଯାଇଥିବାର ସନ୍ଦେହ କରା ଯାଉଛି । ଖବର ପାଇ ଜଗତସିଂହପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡ ରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି  ନଷ୍ଟ ହୋଇ ଥିବାର ଆକଳନ କରାଯାଇଛି । ସେହିପରି ଜିଲାର ରାହାମା ବଜାରରେ ଏକ ଡ୍ରେସ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣା ଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.