Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ରଙ୍ଗ ଦୋକାନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

10/12/2019 at 4:17 PM

ସୋର ୧୦।୧୨: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ତୁଡିଗଡ଼ିଆ ବଜାରରେ ଥିବା ମିଶ୍ର କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟି ଯେ ଆର ଏନ୍ ଷ୍ଟୋର ଏବଂ କମ୍ପ୍ଲେକ୍ସ ମାଲିକଙ୍କର ୨ ବଖରା ଘର ପୋଡିଯାଇଛି। ଆଜି ଦିନ ୧୨ଟା ସମୟରେ   ନିହାର ରଞ୍ଜନ ମିଶ୍ରଙ୍କ ଘରେ ଇଲେକ୍ଟ୍ରି ସର୍ଟ ସର୍କିଟ ହୋଇ ଦୁଇ ବଖରା ଘର ନିଆଁ ଲାଗିଯାଇଥିଲା। ସେହି ଘରକୁ ଲାଗି ନିକୁଞ୍ଜ କିଶୋର ପଣ୍ଡାଙ୍କର ରଙ୍ଗ ଦୋକାନରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।

ଘଟଣାସ୍ଥଳରେ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ନିକୁଞ୍ଜ କିଶୋର ପଣ୍ଡାଙ୍କର ୩୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରଙ୍ଗ ନଷ୍ଟ ହୋଇଥିବା ବେଳେ ଘର ମାଲିକ ନିହାର ରଞ୍ଜନ ମିଶ୍ରଙ୍କର ଘରର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି ।

   Related Posts