ଭୟାବହ ଅଗ୍ନିକାଣ୍ଡ : ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ
13/07/2019 at 11:05 AM

ସୋର ୧୩|୭: ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ନିଶ୍ଚନ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରାତିରେ ଗୌରାଙ୍ଗ ଖଟୁଆଙ୍କ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଦ ଭାଙ୍ଗିଯିବାରୁ ଜୀବନବିକଳରେ ପରିବାର ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ ।

ଖବର ପାଇ ଅଡା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ୩ଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି ।