ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର
14/01/2021 at 9:45 AM

ସାନଖେମୁଣ୍ଡି ୧୪।୧: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର । ଗ୍ୟାସ୍ ଟାଙ୍କିରୁ ନିଆଁ ଲାଗି ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାହାସପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସାହାସପୁର ଗ୍ରାମର ଚକ୍ରପାଣି ଡାକୁଆ ଏବଂ ତାଙ୍କ ପରିବାର ଘରେ ଶୋଇଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ଘଟଣାଟି ଭୋରରୁ ଘଟିଥିବା ବେଳେ ପରିବାର ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଖବର ପାଇ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଚକ୍ରପାଣିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗ୍ୟାସ୍ ଟାଙ୍କି ଫାଟିବାରୁ ବର୍ତ୍ତି ଯାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021