ରାଉରକେଲା ଆଇଜିଏଚ୍‌ରେ ଅଗ୍ନିକାଣ୍ଡ, ରୋଗୀଙ୍କୁ କରାଗଲା ସ୍ଥାନାନ୍ତର

Published By : Prameya-News7 Bureau | August 06, 2019 IST

ରାଉରକେଲା ୬|୮: ରାଉରକେଲା ଆଇଜିଏଚ (ଇସ୍ପାତ ଜେନେରାଲ ହସ୍ପିଟାଲ)ରେ ଅଗ୍ନିକାଣ୍ଡ ହୋଇଛି । ଦିନ ୨ଟା ୩୦ ମିନିଟରେ ହଠାତ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଖବର ପାଇ ଆରଏସପିର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି । କାହାର କୌଣସି  କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

{"id":141496}

ସୂଚନାଯୋଗ୍ୟ ଯେ, ଓଜି ଓ୍ବାର୍ଡର ଏସିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଫଳରେ ହସସ୍ପିଟାଲରେ ରୋଗୀମାନଙ୍କ ମଧ୍ୟ ଭୟର ବାତାବରଣ ଖେଳିଯାଇଥିଲା । ଫଳରେ ରୋଗୀମାନଙ୍କୁ ନିକଟସ୍ଥ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି । କେଉଁ ପରିସ୍ଥିତିରେ ସର୍ଟ ସର୍କିଟ୍ ହେଲା ତାର ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.