Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ : କାଚ ଭାଙ୍ଗି ରୋଗୀଙ୍କୁ ବାହାରକୁ କଢାଯାଉଛି

7/02/2019 at 12:53 PM

ନୋଏଡା ୭/୨ : ନୋଏଡା ମେଟ୍ରୋ ହସ୍ପିଟାଲରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି | ମେଟ୍ରୋ ହସ୍ପିଟାଲ ସେକ୍ଟର-୧୨ରେ ଅବସ୍ଥିତ | ଖବରପାଇ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରୁଛନ୍ତି | ହସ୍ପିଟାଲର କାଚ ଭାଙ୍ଗି ଲୋକଙ୍କୁ ବାହାରକୁ କଢ଼ା ଯାଉଛି | ସୂଚନାଯୋଗ୍ୟ ଯେ, ଅନେକ ଲୋକ ଏବେ ପର୍ଯ୍ୟନ୍ତ ହସ୍ପିଟାଲରେ ଫସିରହିଛନ୍ତି | ହସ୍ପିଟାଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି | ନିଆଁ ଲାଗିବାର କାରଣ ଏବେ ଯାଏଁ ଜଣାପଡିନାହିଁ |


ହସ୍ପିଟାଲର ଉପର ମହଲାରେ ଥିବା ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ହସ୍ପିଟାଲ କର୍ମଚାରୀ କାଚ ଭାଙ୍ଗି ରାଶି ସାହାଯ୍ୟରେ ବାହାରକୁ ବାହାରୁଛନ୍ତି | ହସ୍ପିଟାଲ ଭିତରେ ଫସି ରହିଥିବା ରୋଗୀଙ୍କ ମଧ୍ୟରେ ଆଇସିୟୁ ଏବଂ ଏମର୍ଜେନ୍ସି ୱାର୍ଡର ରୋଗୀ ମଧ୍ୟ ଅଛନ୍ତି |


ହସ୍ପିଟାଲରେ ନିଆଁ ଲିଭା ଯନ୍ତ୍ର ଥିଲେ ସୁଦ୍ଧା ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ ନିଆଁ ଲିଭା ଯନ୍ତ୍ର କାମ କରିନଥିଲା | ଯାହାକୁ ନେଇ ହସ୍ପିଟାଲ ପ୍ରଶାସନ ଉପରକୁ ପ୍ରଶ୍ନ ଉଠିଛି | ନିଆଁ କାରଣରୁ ହସ୍ପିଟାଲରେ ଧୂଆଁ ମଧ୍ୟ ଭର୍ତ୍ତି ହୋଇଯାଇଛି | ଯାହାଫଳରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି |


ସୂଚନାଯୋଗ୍ୟ ଯେ, ମେଟ୍ରୋ ହସ୍ପିଟାଲ ସହରର ବଡ ବଡ ହସ୍ପିଟାଲ ମଧ୍ୟରୁ ଗୋଟିଏ | ୩୧୭ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲର ଦୁଇଟି ୟୁନିଟ ରହିଛି | ଇନଷ୍ଟିଚ୍ୟୁଟର ୧୧୦ ଶଯ୍ୟା ରହିଥିବାବେଳେ ୨୦୭ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର | ହସ୍ପିଟାଲ ୧୯୯୭ ମସିହାରେ ତିଆରି ହୋଇଥିଲା |

   Related Posts