ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶାଳୟ କାର୍ଯ୍ୟାଳୟରେ ମଦ ବୋତଲ, ଆସିଲା କେମିତି

Published By : Prameya-News7 Bureau | February 03, 2019 IST

ଭୁବନେଶ୍ବର୩|୨: ଶନିବାର ସଂଧ୍ୟାରେ ଭୁବନେଶ୍ବର ନୟାପଲି ସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶାଳୟ କାର୍ଯ୍ୟାଳୟରେ ଲାଗିଥିଲା ନିଆଁ । ହେଲେ ନିଆଁ ଲିଭା ଉଦ୍ୟମ ବେଳେ ଅଫିସ ଭିତରେ ମଦ ବୋତଲ ପଡିଥିବା ଦଖିବାକୁ ମିଳିଥିଲା । ସକରାରୀ କାର୍ଯ୍ୟାଳୟକୁ ମଦ କେଉଁଠୁ ଆସିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପଟେ ନିଆଁ କିଭଳି ଲାଗିଲା ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

{"id":81417}

ଏ ହେଉଛି  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶାଳୟ କାର୍ଯ୍ୟାଳୟ । ଶନିବାର ସଂଧ୍ୟାରେ ନୟାପଲିସ୍ଥିତ ଏହି ଅଫିସରେ ନିଆଁ ଲାଗି ଯାଇଥିଲା । ଏଥିରେ ଅନେକ ଗୁରୁତ୍ବପୁର୍ଣ କାଗଜପତ୍ର ସହ କିଛି କମ୍ପ୍ୟୁଟର ଓ ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି । କିନ୍ତୁ ସବୁଠୁ ତାଜୁବ କଥା ହେଲା ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଉଥିବା ବେଳେ ମିଡିଆ  କ୍ୟାମେରା ଲେନ୍ସରେ ପଡିଥିଲା ମଦ ବୋତଲ ।

{"id":81418}

ଦେଖନ୍ତୁ  ଅଫିସ ଭିତରେ କେମିତି ଗଡୁଛି ଅଧା ମଦ ବୋତଲ । ଏହି ଦୃଶ୍ୟ ଦେଖିଲେ ଅନେକ ପ୍ରଶ୍ନ ଉଠିବା ସ୍ବାଭାବିକ । ସରକାରୀ ଅଫିସରେ ମଦ ବୋତଲ କେଉଁଠୁ ଆସିଲା । କିଏ ଅଫିସ ଆୱାରରେ ମଦ ପିଉଥିଲେ । କିନ୍ତୁ ଏ ନେଇ କଣ କହୁଛନ୍ତି ଜୟଣ୍ଟ ଡାଇରେକ୍ଟର ଶୁଣନ୍ତୁ ।..

{"id":81419}

ଅଗ୍ନିକାଣ୍ଡ ବେଳେ ଅଫିସ ଭିତରେ ୧୫ ଜଣ କର୍ମଚାରୀ ଥିଲେ । ହେଲେ ନିଆଁ ଲାଗିଲା ବେଳେ କେହି ଜାଣିପାରିଲେ ନାହିଁ କେମିତି । ସରକାରୀ ବାବୁଙ୍କ କହିବା ଅନୁଯାୟୀ ସର୍ଟ ସର୍କିଟ ଯୋଗୁଁ  ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ବାସ୍ତବରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ନା ଆଉ କିଛି କାରଣ ରହିଛି । ଅଫିସରୁ ଯେତେବେଳେ ମଦ ବୋତଲ ବାହାରୁଛି, ସେଠି  ସିଗାରେଟ ଟାଣି କାଗଜ ଗଦାରେ ଯେ କିଏ ନପକାଇଥିବା ତାହା କିଏ କହିବ । ସେପଟେ ଅଫିସର କିନ୍ତୁ ଏ ସବୁ ମାନିବାକୁ ନାରାଜ ।

{"id":81420}

ସରକାରୀ ଅଫିସରେ ମଦ ଛାଡନ୍ତୁ କୌଣସି ମାଦକ ଦ୍ରବ୍ୟ ପ୍ରବେଶ ନିଷେଧ । ହେଲେ ଅଫିସ ଭିତରକୁ ମଦ ବୋତଲ ଆସିଲା କେମିତି । ଅଫିସ କର୍ମଚାରୀ ନା ଆଉ କେହି ବାହାର ଲୋକ ମଦ ଆଣିଥିଲେ, ତାର ତଦନ୍ତ ନିହାତି ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.