ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡରରୁ ଲାଗିଗଲା ନିଆଁ, ଜଳିଗଲା ସମ୍ପୂର୍ଣ୍ଣ ଘର

Published By : Prameya-News7 Bureau | November 03, 2020 IST

ଖଲ୍ଲିକୋଟ ୩।୧୧: ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମହେଶ୍ବରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ଜଳି ଯାଇଥିବା ଦେଖିବାକୁ ମିଳିଛି । ମହେଶ୍ବରପୁର ଗ୍ରାମର ଝଡ଼ିଆ ପ୍ରଧାନଙ୍କ ପତ୍ନୀ ପ୍ରତିମା ପ୍ରଧାନ ଘରେ ରୋଷେଇ କରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

{"id":355534,"sizeSlug":"large"}

ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିବା ଫଳରେ ଜୀବନ ବିକଳରେ ପ୍ରତିମା ଘର ବାହାରକୁ ଦୌଡ଼ି ପଳାଇଥିଲେ । ଗାଁ ଲୋକେ ଖଲ୍ଲିକୋଟ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗ୍ୟାସ ସିଲିଣ୍ଡରଟିକୁ ବାହାର କରିଥିଲେ । ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ଜଳିଯାଇଥିବା ବେଳେ କେହି ଆହତ ହୋଇନଥିବା ଜଣାପଡ଼ିଛି ।

{"id":355535,"sizeSlug":"large"}

କିନ୍ତୁ ଏ ପର୍ଯ୍ୟନ୍ତ ପୋଡି ଯାଇଥିବା ଘର ଓ ଜିନିଷପତ୍ର କ୍ଷୟକ୍ଷତି ଆକଳନ ହୋଇନଥିବା ସୂଚନା ରହିଛି । ତେବେ ଗାଁ ଗହଳିରେ ଗ୍ୟାସ ସିଲିଣ୍ଡର ଉପଯୁକ୍ତ ଯାଞ୍ଚ୍ ନକରି ଉପଭୋକ୍ତାମାନଙ୍କୁ କିଭଳି ଗ୍ୟାସ୍ ସିଲିଣ୍ଡର ଦିଆଯାଉଛି ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.