Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କେନ୍ଦ୍ରାପଡା ଶାସନ ଗାଁରେ ଗୁହାଳରେ ନିଆଁ ଲାଗି ବାଛୁରୀ ଜୀବନ୍ତ ଦଗ୍ଧ

20/11/2018 at 2:12 PM

କେନ୍ଦ୍ରାପଡା ୨୦/୧୧ : କେନ୍ଦ୍ରାପଡ଼ା ବ୍ଲକ ଧୂମାତ ଶାସନ ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି | ଗତ କାଲି ରାତି ପ୍ରାୟ ସାଢେ ବାରଟା ସମୟରେ ଏହି ଗାଁର ନିର୍ମଳ ସାହୁଙ୍କ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା | ଚାହୁଁ ଚାହୁଁ ନିର୍ମଳଙ୍କ ଅନ୍ୟ ଘର ଗୁଡିକୁ ନିଆଁ ବ୍ୟାପି ଯାଇଥିଲା | ଲୋକେ ନିଆଁକୁ ଆୟତ କରିବା ପୂର୍ବରୁ ଗୁହାଳ ସମେତ ପାଞ୍ଚ ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଥିଲା | ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ଓ ଧାନ, ମୁଗ ବିରି ପ୍ରଭୃତି ଶସ୍ୟ ପୋଡି ନଷ୍ଟ ହୋଇଯାଇଥିବା ବେଳେ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛି | କେନ୍ଦ୍ରାପଡ଼ା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ | ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଗୁହାଳ ଘର ନିଆଁରୁ ଅଗ୍ନିକାଣ୍ଡ ଘଟି ଥିବା ଅନୁମାନ କରାଯାଉଛି |

   Related Posts