Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିସ୍ଥାପିତଙ୍କ ବସ୍ତିରେ ଲାଗିଲା ନିଆଁ ; ୨୭ଟି ଝୁମ୍ପୁଡି ଘର ପୋଡି ପାଉଁଶ

5/02/2019 at 12:58 PM

କରଞ୍ଜିଆ ୫|୧:  ପୁଣି ବିସ୍ଥାପିତଙ୍କ ବସ୍ତିରେ ଅଗ୍ନିକାଣ୍ଡ ହୋଇଛି । କରଞ୍ଜିଆ ସିଆଳି ନଦୀ ଅସ୍ଥାୟୀ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ବସ୍ତିରେ ୨୭ଟି ଝୁମ୍ପୁଡି ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏହାସହ ଲକ୍ଷାଧିକ ଟଙ୍କା ସମ୍ପତ୍ତି ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ ଓ ବନ ବିଭାଗ । ଶିମିଳିପାଳ ଜାତୀୟ ଉଦ୍ୟାନରୁ ସ୍ଥାନାନ୍ତର ହୋଇ ସିଆଳି ନଦୀ ଅସ୍ଥାୟୀ ବସ୍ତିରେ ରହୁଥିଲେ ବିସ୍ଥାପିତ ।

   Related Posts