ଅଗ୍ନିକାଣ୍ଡ ଘଟି ୨ ପରିବାରର ୪ ବଖରା ଘର ପୋଡି ପାଉଁଶ
30/11/2018 at 12:52 PM

ଗଂଜାମ ୩୦/୧୧ : ଗଞ୍ଜାମ ଜିଲ୍ଲା ପୋଲୋସରା ବ୍ଲକ ଉସ୍ଥାପଡା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗ୍ରାମର ଦୁଇ ପରିବାରର ୪ ବଖରା ଘର ଜାଳି ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀଙ୍କ ଉଦ୍ୟମ ଏବଂ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଖାଇବା ସାମଗ୍ରୀ ସହ ସୁନା ରୁପା ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । କେଉଁ କାରଣରୁ ନିଆଁ ଲାଗିଲା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଗନ୍ତେଇ ସ୍ୱାଇଁ, ରାଜେଶ୍ୱରୀ ସାହୁ ଏବଂ ଗାୟତ୍ରୀ ଭଟଙ୍କ ଘର ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ପରିବାର ଲୋକ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ଆବାସ ଯୋଜନା ଦିଆଯାଉ ବୋଲି ଗ୍ରାମବାସୀ ପ୍ରଶାସନକୁ ଦାବି କରିଛନ୍ତି।
Related Posts
କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି
27 February 2021
ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ, ପାଣିରେ ଭାସୁଛି ଗାମୁଛା….
27 February 2021
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021
ନୟାପଲ୍ଲୀ ଅଞ୍ଚଳରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
27 February 2021