Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଫିଲ୍ମ ‘ଜିରୋ’ର ସୁଟିଂ ସେଟରେ ନିଆଁ ; ସେଟରେ ଉପସ୍ଥିତ ଥିଲେ ଶାହରୁଖ ଖାନ

30/11/2018 at 1:07 PM

ମୁମ୍ବାଇ ୩୦/୧୧ : ଅଭିନେତା ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ “ଜିରୋ”ର ସୁଟିଂ ବେଳେ ମୁମ୍ବାଇର ଏକ ଫିଲ୍ମ ଷ୍ଟୁଡିଓରେ ନିଆଁ ଲାଗିଯାଇଥିଲା | ଗୁରୁବାର ସନ୍ଧ୍ୟାରେ ଏହି ଷ୍ଟୁଡିଓରେ ନିଆଁ ଲାଗିଯାଇଥିଲା | ଘଟଣା ବେଳେ ଶାହରୁଖ ଖାନ ମଧ୍ୟ ସୁଟିଂ ସେଟରେ ଉପସ୍ଥିତ ଥିଲେ | ଫିଲ୍ମର କିଛି ଅଂଶ ସୁଟିଂ ଏବେ ମଧ୍ୟ ବାକି ରହିଛି | ଫିଲ୍ମର କିଛି ଅଂଶରେ ପେଚ ୱାର୍କ କାମ ଚାଲିଥିଲା | ଏତିକିବେଳେ ଅଚାନକ ଏକ ଲାଇଟରୁ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା | ତେବେ ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ | ସୁଟିଂ ସେଟର ମଧ୍ୟ କୌଣସି କ୍ଷତି ହୋଇନଥିବା ଜଣାପଡିଛି |

ଷ୍ଟୁଡିଓରେ ନିଆଁ ଲାଗିଯିବ ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା | ଅଗ୍ନିଶମ ବାହିନୀ ସାଙ୍ଗେ ସାଙ୍ଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ | ଶାହରୁଖ ଖାନ ମଧ୍ୟ ସମ୍ପୂର୍ଣ ସୁରକ୍ଷିତ ଥିବା ଜଣାପଡିଛି |

   Related Posts