ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ୫ ପରିବାର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | July 21, 2019 IST

ଦେବଗଡ ୨୧|୭: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମରେ ରାତିରେ ନିଆଁ ଲାଗି ପାଞ୍ଚଟି ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇ ଛାରଖାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ପାଞ୍ଚଟି ପରିବାରର ଅଠର ଜଣ ଶୋଇଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣେ ଟ୍ରକ୍ ଡ୍ରାଇଭର ନିଆଁ ଲାଗିଥିବା ଦେଖି ପରିବାର ଲୋକଙ୍କୁ ନିଦରୁ ଉଠାଇବା ଯୋଗୁଁ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପାଞ୍ଚଟି ଯାକ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି ।

{"id":135914}

କୁଣ୍ଢେଇଗୋଳା ଗ୍ରାମର କୃଷ୍ଣ ବେହେରା, ବଳରାମ ବେହେରା, କାଠିଆ ବେହେରା, ଅରୁଣ ବେହେରା, ତରୁଣ ବେହେରାଙ୍କ ପରିବାର ପାଇଁ ଥିଲା ଅଶୁଭ ରାତି। ଏହି ପାଞ୍ଚ ପରିବାରର ଅଠର ଜଣ ସଦସ୍ୟ ଶୋଇଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ପାଞ୍ଚଟି ଘର  ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି।  ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣେ ଟ୍ରକ୍ ଡ୍ରାଇଭର୍ ନିଆଁ ଲାଗିଥିବା ଦେଖି ଘର ଲୋକଙ୍କୁ ନିଦରୁ ଉଠାଇ ଥିଲେ । ଗାଢ ନିଦରେ ଶୋଇ ଥିବା ପରିବାରର ସମସ୍ତ ସଦସ୍ୟ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଥିବା ବେଳେ ଘରର ସମସ୍ତ ଆସବାବ ପତ୍ର, ଧାନ, ଚାଉଳ, ଟଙ୍କା, ସୁନା ପୋଡି ଛାରଖାର ହୋଇଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ କ୍ଷତିଗ୍ରସ୍ତ ପରିବାର ନିଜର ପିନ୍ଧା ଲୁଗା ଛଡା ଅନ୍ୟ କିଛି ବଞ୍ଚାଇ ପାରି ନଥିଲେ ।

{"id":135913}

ଏହି ଅଗ୍ନିକାଣ୍ଡ ପରେ ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇଥିବା ବେଳେ ପରେ ରିଆମାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ପାଞ୍ଚଟି ପରିବାର ସଂପୂର୍ଣ୍ଣ ସର୍ବସ୍ବାନ୍ତ ହୋଇ ଯାଇଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଖବର ପାଇ ଚଢେଇମରା ଆରଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । କୁଣ୍ଢେଇଗୋଳା ବଣିକ ସଂଘ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଖାଦ୍ୟ ସାମଗ୍ରୀ ଓ ଲୁଗାପଟା ଯୋଗାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.