Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର ଓ ଲକ୍ଷାଧିକ ଟଙ୍କାର ଜିନିଷ

30/04/2021 at 5:39 PM

ଚାନ୍ଦବାଲି ୩୦/୦୪ : ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚ।ୟତ ପତିସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଆସବାବପତ୍ର ସହ ଗୁରୁତ୍ୱପୁର୍ଣ କାଗଜ ପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ସୁମନ୍ତ ପତି ଓ ସନ୍ତୋଷ ପତି ହଠାତ ନିଆଁ ଲାଗିଥିବା ଦେଖି ଚାନ୍ଦବାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ ପହଞ୍ଚିଥିଲା।

ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ବିଳମ୍ବିତ ରାତିରେ ଏହି ଘଟଣା ଘଟି ଥିବାରୁ ଅଗ୍ନିବିପର୍ଣ୍ଣ ମାନେ ନିଜ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ଉଦ୍ଧାର କରିପାରି ନ ଥିଲେ।

   Related Posts