ବାଇକକୁ ସାନିଟାଇଜ୍ କରୁଥିଲେ ଯୁବକ, ହଠାତ ଲାଗିଗଲା ନିଆଁ
1/06/2020 at 4:27 PM

ଅହମଦାବାଦ, ୦୧|୦୬: କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଏବେ ସ୍ୱଚ୍ଛତାକୁ ଗୁରତ୍ୱ ଦିଆଯାଇଛି । ଜନତା ଘରେ ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀ ତଥା ଗାଡି ମଟରକୁ ମଧ୍ୟ ସାନିଟାଇଜ୍ କରୁଛନ୍ତି । ଗୁଜୁରାଟର ଅହମଦାବାଦରେ ଏକ ବାଇକକୁ ସାନିଟାଇଜ୍ କରିବା ସମୟରେ ଏପରି କିଛି ହେଲା ଯାହା ଆପଣଙ୍କୁ ଚକିତ କରିଦେବ ।

ସୂଚନାନୁସାରେ, ଅହମଦାବାଦରେ ଏକ ଘରୋଇ କମ୍ପାନୀର ଗେଟ୍ ପାଖରେ କର୍ମଚାରୀଙ୍କ ଗାଡିକୁ ସାନିଟାଇଜ୍ କରାଯାଉଥିଲା । ଏହାପରେ ହିଁ ଗାଡିକୁ ଭିତରକୁ ପ୍ରବେଶ ଅନୁମତି ଦିଆଯାଉଥିଲା । ଏହି ସମୟରେ ଜଣେ କର୍ମଚାରୀ ନିଜ ଗାଡିକୁ ସାନିଟାଇଜ୍ କରୁଥିଲେ । ସେହିସମୟରେ ବାଇକରେ ନିଆଁ ଲାଗିଯାଇଥିଲା ।
ବାଇକରେ ନିଆଁ ଲାଗିବା ପରେ କେହି କିଛି ହଠାତ ବୁଝିପାରିନଥିଲେ । ନିକଟରେ ଥିବା ଅନ୍ୟ ଲୋକେ ମଧ୍ୟ ଘଟଣାସ୍ଥଳରୁ ଦୂରକୁ ଚାଲିଯାଇଥିଲେ ।ଏହାପରେ ସେଠାରେ ଉପସ୍ଥିତି ସୁରକ୍ଷାକର୍ମୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ସେତେବେଳକୁ ଗାଡିଟି ଜଳିଯାଇଥିଲା ।

ବାଇକଟି ଷ୍ଟାର୍ଟରେ ରହିଥିବାକୁ ସାନିଟାଇଜରେ ଥିବା ଆଲକହଲ୍ ପାଇଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି .