Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ପାରିବାରିକ କଳହକୁ ନେଇ ଘର ପୋଡିଦେଲେ ମା’ ଓ ବଡ ଭାଇ ! ଝିଅ ବିବାହ ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ଭସ୍ମୀଭୂତ

11/11/2020 at 9:32 AM

ଭୁବନ ୧୧।୧୧: ପାରିବାରିକ କଳହର କରୁଣ ପରିଣତି । ଜଳିଗଲା ତିନି ବଖରା ଘର । ଘର ପୋଡିରେ ଜଳି ପାଉଁସ ହୋଇଗଲା ଝିଅ ବିବାହ ପାଇଁ ରଖିଥିବା ଜାନିଯୌତୁକ । ଖବର ପାଇ ଭୁବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଭୁଷଳ ଗ୍ରାମରେ ।

ଭୁଷଳ ଗ୍ରାମର ୫୦ ବର୍ଷ ବୟସ୍କ ବାବାଜୀ ମଳିକ ଦିନ ମଜୁରିଆ ଭାବେ କାମ କରନ୍ତି । ମଜୁରୀ କଲେ ଘର ଚଳେ । ଘରେ ସ୍ତ୍ରୀ ଓ ତିନି ଝିଅଙ୍କୁ ନେଇ ତେଲ ଲୁଣର ସଂସାର । ଝିଅ ସସ୍ମିତାର ବିବାହ ପାଇଁ ବହୁ ଦୁଃଖ କଷ୍ଟ କରି ଲକ୍ଷାଧିକ ଟଙ୍କାର ଜାନିଯୌତୁକ ଘରେ ରଖିଥିଲେ । କିଛି ଦିନ ହେବ ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହିତ ଝଗଡା ହୋଇଥିଲା ।

କିନ୍ତୁ ଗତକାଲି ରାତି ୧୧ଟା ସମୟରେ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଜଳିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା । ପୈତୃକ ସମ୍ପତ୍ତି ବିବାଦର କଳହରୁ ଶାଶୁ ବିଲେଇ ମଳିକ ଓ ଦେଢଶୁର ଡାକ୍ତର ମଳିକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ବାବାଜୀ ମଳିକଙ୍କ ପତ୍ନୀ ଭାନୁ ମଳିକ ।

   Related Posts