ପ୍ରତି ଗୁରୁବାର ଦିନ ଗାଁରେ ଜଳୁଛି ଘର, ଲୋକଙ୍କ ମଧ୍ୟରେ କୋକୁଆ ଭୟ

Published By : Prameya-News7 Bureau | April 14, 2019 IST

ଭଣ୍ଡାରିପୋଖରୀ ୧୪|୪: ଗୁରୁବାର ଦିନ ଘର ଜଳୁଛି । ରାତି ଅଧରେ ଗାଁର କୌଣସି ନା କୌଣସି ଘରର ପୂର୍ବପାଖରୁ ଅଚାନକ ନିଆଁ ଲାଗିଯାଉଛି । ଏମିତି ପରିସ୍ଥିତିରେ ଏହାକୁ କୌଣସି ଗୁଣିଆ କିମ୍ବା ଭୌତିକ କାଣ୍ଡ ବୋଲି ଗାଁ ଲୋକେ ସନ୍ଦେହ କରୁଛନ୍ତି । ଗାଁର ଯୁବକମାନେ ରାତି ସାରା ଗାଁରେ  ବୁଲୁଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଆଖୁଆପଦା ଗାଁରେ ।

{"id":103293}

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଆଖୁଆପଦା ଗାଁରେ ଏବେ କୋକୁଆ ଭୟ ଖେଳିଯାଇଛି । କାରଣ ଆପେ ଆପେ ଘର ଗୁଡିକ ଜଳିଯାଉଛି । ପୂର୍ବରୁ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ହେଉଥିଲା । କିନ୍ତୁ ଏବେ ଗୁରୁବାର ଦିନ ନିଆଁ ଲାଗୁଛି । ମଧ୍ୟରାତ୍ରିରେ ସମସ୍ତେ ଶୋଇଥିବା ବେଳେ ଘରର ପୂର୍ବଦିଗରୁ ନିଆଁ ଲାଗୁଛି ।

{"id":103294}

କେହି କିଛି ଜାଣିବା ପୂର୍ବରୁ ଘର ଗୁଡିକ ସମ୍ପୂର୍ଣ୍ଣ ଜଳିଯାଉଥିବା କହିଛନ୍ତି ଗାଁ ଲୋକେ । ପ୍ରଥମେ ନମିତା ଜେନାଙ୍କ ଘରେ ଗୁରୁବାର ରାତି ପ୍ରାୟ ୩ଟାରେ ନିଆଁ ଲାଗିଯାଇଥିଲା । ତା ପର ଗୁରୁବାର  ପୀତବାସ ଜେନାଙ୍କ ଘର ଜଳିଯାଇଛି  । ଏହି ଗୁରୁବାର ଦିନ ମୁକ୍ତିକାନ୍ତ ପୃଷ୍ଟିଙ୍କ ଦୋକାନ ମଧ୍ୟ ଜଳିଯାଇଛି ।

{"id":103295}

ରାତି ଅଧରେ ଘର ଜଳିଯାଉଥିବାରୁ ଗାଁ ଲୋକେ ଭୟଭୀତ ଅଛନ୍ତି । ଏହାକୁ ଭୌତିକ କାଣ୍ଡ ବୋଲି ମଧ୍ୟ ସନ୍ଦେହ କରୁଛନ୍ତି ଗାଁ ଲୋକେ । ଗାଁର ଯୁବକ ମାନେ ରାତିସାରା ଅନିଦ୍ରା ରହି ଗାଁ ସାରା ଘୂରିବୁଲୁଛନ୍ତି । ଏନେଇ କୌଣସି ପ୍ରତିକାର କରିବା ପାଇଁ ପୂଜକଙ୍କ ସହ ଯୋଗାଯୋଗ କରୁଥିବା ନେଇ କହିଛନ୍ତି ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.