ଭଣ୍ଡାରିପୋଖରୀ ଧୂଳୀଗାଡ଼ିଆ ଗାଁରେ ଅଗ୍ନିକାଣ୍ଡ: କୁକୁଡ଼ା ଫାର୍ମ ସହ ୩ ବଖରା ଘର ଭସ୍ମୀଭୂତ

Published By : Prameya-News7 Bureau | April 15, 2019 IST

ଭଣ୍ଡାରିପୋଖରୀ ୧୫/୪ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଧୂଳୀଗାଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡରେ କୁକୁଡ଼ା ଫାର୍ମ ସହ ୩ ବଖରା ଘର ଭସ୍ମୀଭୂତ ହୋଇଯାଇଛି | ନିଆଁ ଲାଗିଥିବା ଖବରପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି | ତେବେ ଅଗ୍ନିକାଣ୍ଡର କାରଣ ଏବେ ଯାଏଁ ଜଣାପଡିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.