ଘରେ ନିଆଁ ଲାଗି ଝିଅ ମୃତ, ବାପା ଗୁରୁତର

Published By : Prameya-News7 Bureau | September 27, 2018 IST

ଭଦ୍ରକ ୨୭/୯ : ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ହରିପୁର ଜେନାସାହିରେ ଅଗ୍ନିକାଣ୍ଡ ଘଟିଛି | ନିଆଁରେ ଜଳି ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି | ଗୁରୁତର ବାପା ହେଲେ ଜେନାସାହିର ରଞ୍ଜନ ଜେନା | ମୃତ ଝିଅ ପୂଜା ଜେନା | ପୂଜା ଘରେ ରୋଷେଇ କରୁଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି | ଝିଅ ଜଳୁଥିବା ଦେଖି ବାପା ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଛନ୍ତି | ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ହେଲେ ଡାକ୍ତର ପୂଜାଙ୍କୁ ମୃତ ଘୋଷଣା କରିଥିଲେ | ଭଦ୍ରକରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.