ଭୟାବହ ଅଗ୍ନିକାଣ୍ଡ : ଦୁଇ ବଖରା ଘର ସହ ଜଳିଗଲେ ଛେଳି ଓ ଗାଈ
30/06/2019 at 11:42 AM

ବାଙ୍କୀ ୩୦|୬: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଉପର ପଥପୁର ଗାଁରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଯଯାତି ଭୋଇଙ୍କର ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଫଳରେ ୪ ଗୋଟି ଛେଳିର ମୃତ୍ୟୁ ହୋଇଥିବାବେଳେ, ଗୋଟିଏ ଗାଈ ଗୁରୁତର ହୋଇଛି ।

ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ଡମପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
Related Posts
ଘର ଭିତରୁ ଉଦ୍ଧାର ହେଲେ ମେଞ୍ଚାଏ ସାପ, ଭୟରେ ପରିବାର
13 April 2021