Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗ୍ନିକାଣ୍ଡ : ଜଳିଗଲା ଗୁହାଳ, ଦୁଇଟି ଗାଈ ଜୀବନ୍ତ ଦଗ୍ଧ

4/09/2019 at 11:18 AM

ଆନନ୍ଦପୁର ୪।୯: କେନ୍ଦୁଝର ଜିଲ୍ଲା ଘସିପୁର ଥାନା ଦେଓଗାଁରେ ଗୁହାଳରେ ନିଆଁ ଲାଗି ୨ଟି ଗାଈ ଜୀବନ୍ତ ଜଳିଯାଇ ଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁର ଶ୍ୟାମ ସୁନ୍ଦର ନାଥଙ୍କ ଗୁହାଳ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ଦୁଇଟି ଗାଈର ମୃତ୍ୟୁ ହୋଇଛି । ତେବେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିବ ନାହିଁ । ଗୁହାଳର ବିଦ୍ୟୁତ୍ ତାରରୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସଂଦେହ କରାଯାଇଛି ।

   Related Posts