ଭୟାବହ ଅଗ୍ନିକାଣ୍ଡ : ଗୋଦାମରେ ଲାଗିଲା ନିଆଁ, ହଜାରେରୁ ଅଧିକ ଧାନ ବସ୍ତା ପୋଡି ପାଉଁଶ
9/01/2021 at 9:55 AM

ଚାନ୍ଦବାଲି ୯।୧: ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଧାନ ଗୋଦାମ ଘର ପୋଡି ପାଉଁଶ ହୋଇଯାଇଛି । ହଜାରେରୁ ଅଧିକ ଧାନ ବସ୍ତା ପୋଡି ପାଉଁଶ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ଧାନ ଗୋଦାମ ଘର ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ଧାନ ଦୋକାନ ଗୃହ ପୋଡି ପାଉଁଶ ହୋଇଯାଇଥିଲା ।

କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି । ତେବେ ଅଗ୍ନିକାଣ୍ଡରେ ଧାନ ଗୋଦାମରେ ପ୍ରାୟ ୧ ହଜାର ବସ୍ତା ଧାନ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମଳିଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021