Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଡିଜେଲ୍ ରେଳ ଇଞ୍ଜିନ୍ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ : କୋଟି କୋଟି ଟଙ୍କାର ଜିନିଷ ପୋଡ଼ି ପାଉଁଶ

16/09/2020 at 10:11 AM

ବାରଣାସୀ ୧୬/୯: ବାରଣାସୀର ଡିଜେଲ୍ ରେଳ ଇଞ୍ଜିନ୍ କାରଖାନାରେ ବୁଧବାର ସକାଳେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଘଟଣାସ୍ଥଳରେ ଦମକଳ ବିଭାଗର ଅନେକ ଗାଡ଼ି ପହଞ୍ଚିଛି। ନିଆଁରେ କୋଟି କୋଟି ଟଙ୍କାର କ୍ଷତି ହେବାର ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ,ଡେରିକାର ପ୍ରଶାସନିକ ଭବନର ପ୍ରାଦ୍ୟୋଗିକ କେନ୍ଦ୍ରରେ ବୁଧବାର ସକାଳ ପାଖାପାଖି ସାଢ଼େ ୬ଟାବେଳେ ନିଆଁ ଲାଗିଥିଲା। ଏହା ଜାଣିପାରି ରେଲଓ୍ବେ କର୍ମଚାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ସମୟରେ ଘଟଣାସ୍ଥଳରେ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ,ଅଗ୍ନିଶମର ୩ଟି ଗାଡ଼ି,ଦମକଳ ଗାଡ଼ି,ଆରପିଏଫ ଏବଂ ପୋଲିସ୍ ପହଞ୍ଚିଥିଲା।

ବିଲଡିଂର ଝରକା ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ପାଖାପାଖି ୩ଘଣ୍ଟା ଉଦ୍ୟମ କରିବା ପରେ ନିଆଁକୁ କାବୁ କରାଯାଇପାରିଥିଲା। ମୃତାହତର ସୂଚନା ଏବେ ସୁଦ୍ଧା ମିଳିନାହିଁ।

ଫାଇଲ୍ ଅଫିସରୁ ନିଆଁ ଲାଗିଥିଲା,ଯାହା ଧୀରେ ଧୀରେ ପ୍ରାଦ୍ୟୋଗିକ କେନ୍ଦ୍ର ଯାଏଁ ପହଞ୍ଚି ଯାଇଥିଲା। କର୍ମଚାରୀଙ୍କ କହିବା ମୁତାବକ କୋଟି କୋଟି ଟଙ୍କାର କମ୍ପ୍ୟୁଟର କ୍ଷତି ହେବାର ଆଶଙ୍କା ରହିଛି।

   Related Posts