ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ

Published By : Prameya-News7 Bureau | November 23, 2020 IST

ଝାରସୁଗୁଡା ୨୩।୧୧: ଝାରସୁଗୁଡା ସହର ନିକଟବର୍ତ୍ତି ବିଟିଏମ୍ ଛକ ନିକଟରେ ଥିବା ନୀଳକଣ୍ଠ ଟେଣ୍ଟ ହାଉସ ଗୋଦାମରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି ।

{"id":366359,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ଦେଢଟା ସମୟରେ ଟେଣ୍ଟ ହାଉସ ଗୋଦାମରେ ୧୯ ଜଣ ଶ୍ରମିକ ଶୋଇଥିବା ବେଳେ ଟେଣ୍ଟ ହାଉସରେ ନିଆଁ ଲାଗିଯାଇଥିଲା । ନିଆଁ ଛିଟିକି ପଡିବାରୁ ସେମାନେ ନିଦରୁ ଉଠି ଦେଖିଲା ବେଳକୁ ହୁ ହୁ ହୋଇ ଜଳୁଥିଲା ଗୋଦାମ । ସୌଭାଗ୍ୟବଶତଃ ସମସ୍ତ କର୍ମଚାରୀ ସଂଗେ ସଂଗେ ଉଠି ପଡିବାରୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ସେମାନେ ପାଖରେ ଥିବା ବାଲି ଫୋଫାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ମାଲିକଙ୍କୁ ଖବର ଦେଇଥିଲେ ।

{"id":366360,"sizeSlug":"large"}

ଟେଣ୍ଟ ହାଉସ ମାଲିକ ଖବର ପାଇବା ପରେ ଦମକଳ ବାହିନୀକୁ ସୂଚନା ଦେଇ ଘଟଣାସ୍ଥଳକୁ ପହଞ୍ଚି ଦେଖିବା ବେଳକୁ ପ୍ରାୟ ସବୁ ସମ୍ପତ୍ତି ଜଳିଯାଇଥିଲା । ନିଆଁ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ ଦମକଳ ବାହିନୀର ୪ଟି ଗାଡି ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟା ସମୟ ଲାଗିଥିଲା । ଏହି ଖବର ପାଇ ବିଟିଏମ୍ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ବାଲିଗଦା ନିକଟରୁ ପେଟ୍ରୋଲ ଓ କିରୋସିନି ବୋତଲ ଠାବ ହେବା ପରେ କେହି ନିଆଁ ଲଗାଇ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଟେଣ୍ଟ ହାଉସ ମାଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.