Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡିଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

26/10/2021 at 10:25 AM

ତେଲକୋଇ ୨୬।୧୦: ଶୋଇଥିବା ବେଳେ ଲାଗିଗଲା ନିଆଁ ପୋଡିଗଲା ଝିଅ ବାହାଘର ପାଇଁ ଥିବା ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଓ ଧାନଚାଉଳ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଟ ଗାଁରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ନୀଳମଣି ବେହେରାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଘରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ପୋଡି ନଷ୍ଟ ହୋଇଯାଇଛି । ୨୦ ବସ୍ତା ଧାନଚାଉଳ ମଧ୍ୟ ପୋଡିଯାଇଛି । ରାତି ପ୍ରାୟ ୩ଟା ବେଳକୁ ଘର ଭିତରେ ନିଆଁ ଲାଗିଥିବା ବେଳେ କାର୍ତ୍ତିକ ସ୍ନାନ ପାଇଁ ନୀଳମଣି ବେହେରାଙ୍କ ଝିଅ ପନି ବେହେରା ଉଠିବା ବେଳକୁ ଘର ଭିତରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ । ପାଟି କରିଥିଲେ ପାଟି ଶୁଣି ଗାଁ ଲୋକେ ଏକାଠି ରୁଣ୍ଡ ହୋଇ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । କେବଳ ଘର ଭିତରେ ଥିବା ଟଙ୍କା ସୁନାଗହଣା ଓ ଧାନ ଚାଉଳ ସମ୍ପୂର୍ଣ୍ଣ ପୋଡିଥିବା ବେଳେ ଘର ଚାଳକୁ ନିଆଁ ଧରିନାହିଁ । ଫଳରେ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

   Related Posts