ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | January 26, 2021 IST

ଟାଙ୍ଗୀ ୨୬।୧: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ଏହାସହ ଗୋଟିଏ ବଳଦ ଏବଂ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ବଡପାରୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବଡପାରୀ ଗ୍ରାମର ଗୋଦାବରୀ ପାଲଟାସିଂହଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ତା’ପୂର୍ବରୁ ଗୋଦାବରୀଙ୍କ ୬ ବଖରା ଘର ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.