Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଗ୍ନିକାଣ୍ଡ

23/06/2019 at 11:26 AM

ବୌଦ୍ଧ  ୨୩/୬: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଗ୍ନିକାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଶୁବଳୟା ଗାଁରେ । ଗତକାଲି ବିଳମ୍ବିତ ରାତିରେ ସୁଶାନ୍ତ ମହାକୁଡ଼ଙ୍କ ଦୋକାନ ଘରେ ନିଆଁ ଲାଗି ଦୋକାନର ସମସ୍ତ ଜିନିଷପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି । ଖବର ପାଇ ବୌଦ୍ଧ ଦମକଳ ବାହିନୀ ଘଟଣା ସ୍ଥଳରେ ପଂହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ୨ ବଖରା ଦୋକାନରେ ଥିବା ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ସାମଗ୍ରୀ ସମ୍ପୂର୍ଣ୍ଣ ଜାଳି ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ତେବେ ଏ ଘଟଣାରେ ସେହି ଗ୍ରାମର ଗଜେନ୍ଦ୍ର ମହାକୁଡ଼ ସାମିଲ ଥିବା ନେଇ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ତଳେ ଗଜେନ୍ଦ୍ର ମହାକୁଡ଼ ମଦ୍ୟପାନ କରି ସୁଶାନ୍ତ ମହାକୁଡ଼ଙ୍କୁ ଗାଳିଗୁଲଜ କରିବା ନେଇ ଥାନାରେ ମାମଲା ହୋଇଥିଲା । ସେଥିପାଇଁ ସେ ଅଗ୍ନିକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁଶାନ୍ତ । ବୌଦ୍ଧ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି।

   Related Posts