ସମ୍ବଲପୁର ଜିଲ୍ଲା ଟ୍ରେଜେରୀ ଅଫିସ୍‌ରେ ଲାଗିଲା ନିଆଁ, ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ

Published By : Prameya-News7 Bureau | October 07, 2021 IST

ସମ୍ବଲପୁର (ପ୍ରମେୟ) ୭।୧୦: ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ସମ୍ବଲପୁର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଇଲେକ୍ଟ୍ରି କଣ୍ଟ୍ରୋଲ ରୁମରେ ଗୁରୁବାର ସକାଳ ୧୧ଟା ୧୫ମିନିଟରେ ହଠାତ ନିଆଁ ଲାଗିଯାଇଛି । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ କିଛି ଇଲେକ୍ଟ୍ରି ତାର ପୋଡି ଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡ ଫଳରେ ସମସ୍ତ ରୁମ୍ ଗୁଡିକରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ତେବେ ନିଆଁ କିପରି ଓ କେଉଁ ପରିସ୍ଥିତିରେ ଲାଗିଛି ତାହା ଅଗ୍ନିଶମ ବିଭାଗ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.