ପୁଣି ଲାଗିଲା ସମ୍ବଲପୁର ଗୋଲବଜାରରେ ନିଆଁ : ଜଳିଗଲା ୭୦ରୁ ଅଧିକ ଦୋକାନ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

Published By : Prameya-News7 Bureau | October 28, 2019 IST

ସମ୍ବଲପୁର ୨୮/୧୦: ସମ୍ବଲପୁର ଗୋଲବଜାରେ ପୁଣି  ଘଟିଛି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡି ନଥିଲେ ମଧ୍ୟ ଏହା ମନୁଷ୍ୟ କୃତ ବୋଲି ଦୋକାନୀମାନେ କହିଛନ୍ତି । ଏହି ଅଗ୍ନିକାଣ୍ଡରେ ପାଖାପାଖି ୭୦ ରୁ ଉଦ୍ଧ  ଦୋକାନ ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ଲକ୍ଷାଧିକ ଟଙ୍କର ସମ୍ପତି ପୋଡି ନଷ୍ଟ ହୋଇଛି ।

{"id":175751}

ପ୍ରାୟ ରାତି ୧ଟା ୩୦ ମିଟିନରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି । ନିଆଁ ଲାଗିବାର ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଚିଥିଲା ।ତେଵେ ଅଗ୍ନିଶମ  ବିଭାଗ ୩ଟି ଗାଡି ଘଟଣା ସ୍ଥଳକୁ ପହଚିଥିଲା । ପ୍ରାୟ ୨ ଘଣ୍ଟାରୁ ଉଦ୍ଧ ସମୟ ଧରି ନିଆଁଲିଭା ଯିବା ପରେ ନିଆଁକୁ ଆୟତ୍ତ କରିଥିଲେ । ମୁଖ୍ୟତଃ ପ୍ଲାଷ୍ଟିକ ଆଜବେଷ୍ଟରସ, ଜରି ଏବଂ ବିଭିନ୍ନ ଦହନ ଶୀଳ ପଦାର୍ଥ ଥିବାରୁ ନିଆଁ ଖୁବ୍ ଜୋରରେ ବ୍ୟାପି ଯାଇଥିଲା ।

{"id":175752}

ତେଵେ ଏହା ପୁର୍ବରୁ ମଧ୍ୟ ଗୋଲବଜାରରେ ୪ ଥର ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଛି । ଶେଷ ଥର ପାଇଁ ଗତ ୪ ମେ ୨୦୧୭ରେ ସଟ ସର୍କିଟ ଦ୍ବାରା ନିଆଁ ଲାଗିଥିଲା । ଯାହା ଫଳରେ ୨୧୩ ଟି ଦୋକାନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । 

{"id":175753}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.