Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଓଟିଏମ୍ କାରଖାନାରେ ଅଗ୍ନିକାଣ୍ଡ , ଯନ୍ତ୍ରାଂଶ ଚୋରି ଉଦ୍ଦେଶ୍ୟରେ ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ

8/03/2021 at 5:19 PM

ଚୌଦ୍ବାର ୮।୩: ଚୌଦ୍ବାର ଓଟିଏମ୍ ପରିସରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ସୋମବାର ପୂର୍ବାହ୍ନରେ କିଛି ସ୍ଥାନୀୟ ବାସିନ୍ଦା ନିଆଁ ଲାଗିଥିବାର ଦେଖିବା ପରେ ଓଟିଏମ୍ ବଞ୍ଚାଅ ଅଭିଯାନର ମୁଖ୍ୟ ଦୀପକ ବାରିକଙ୍କୁ ଖବର ଦେଇଥିଲେ l ଦୀପକ ବାରିକ ସଂଗେ ସଂଗେ ଆସି ନିଆଁ ଲାଗିଥିବା ସ୍ଥାନରେ ପହଁଚି ଚୌଦ୍ବାର ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଚୌଦ୍ବାର ଥାନାକୁ ଜଣାଇଥିଲେ l ଏହାପରେ ଚୌଦ୍ବାର ଦମକଳ ବାହିନୀ ଆସି ନିଆଁକୁ ଆୟତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁ ଆୟତ ହୋଇଥିଲା l

ଓଟିଏମ୍ କାରଖାନାରେ ନିଆଁ ଲାଗିବା ଖବର ପାଇବା ପରେ ଓଡିଶା ହାଇକୋର୍ଟରୁ ନ୍ୟାୟିକ ସମାପକ ଏବଂ ଅତିରିକ୍ତ ସମାପକ ଘଟଣାସ୍ଥଳରେ ପହଞ୍ଚି ନିଆଁ କିପରି ଲାଗିଲା ତାହା ପଚାରି ବୁଝିଥିଲେ l ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ କିଛି ଦୁର୍ବୃତ୍ତ ଏଠାରୁ ଯନ୍ତ୍ରାଂଶ ଚୋରି କରିବା ଉଦ୍ଦେଶ୍ୟରେ ନିଆଁ ଲଗାଇ ଥାଇ ପାରନ୍ତି l ଓଟିଏମ୍ କାରଖାନା କେସ୍ କୋର୍ଟରେ ଥିବାରୁ ଏଠାକୁ ସର୍ବସାଧାରଣଙ୍କୁ ବାରଣ କରାଯାଇଛି l ଓଟିଏମ୍ ବଞ୍ଚାଅର ମୁଖ୍ୟଙ୍କ କହିବା ଅନୁଯାୟୀ ଏଥିରେ ଥିବା ସିକ୍ୟୁରିଟି ଗାର୍ଡ ଯଥେଷ୍ଟ ନୁହନ୍ତି କାରଖାନାକୁ ସୁରକ୍ଷା ଦେବାପାଇଁ । ଯଦି ଆଉ ସିକ୍ୟୁରିଟି ଗାର୍ଡ ବଢାଇ ଦିଆଯାଆନ୍ତା ତେବେ କାରଖାନାରେ ଏଭଳି ଦୁର୍ଘଟଣା ଘଟନ୍ତା ନାହିଁ  l ତେବେ ସେପଟେ ଘଟଣାଟିକୁ ଗମ୍ଭୀରତା ସହ ନେଇଛନ୍ତି ନ୍ୟାୟିକ ସମାପକ ।

   Related Posts