Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଫୋନ୍ ଉଠାଇଲେନି ବିଦ୍ୟୁତ କର୍ମଚାରୀ, ସର୍ଟସର୍କିଟରୁ ଜଳିଗଲା ଘର : ସହାୟତା ଦେଲେ କେନ୍ଦ୍ରମନ୍ତ୍ରୀ

5/06/2021 at 3:57 PM

ନୀଳଗିରି ୫।୬: ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଘର ଜଳି ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ବିଭାଗକୁ ଫୋନ୍ କରିବା ପରେ ନଉଠାଇବାରୁ ଉତ୍ତେଜନା ଲାଗିରହିଥିଲା । ତେବେ ବିପନ୍ନ ପରିବାରକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସହାୟତା ପ୍ରଦାନ କରିଛନ୍ତି ।

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧିନ କାଣ୍ଡଗରଡ଼ି ପଂଚାୟତ ମୁକୁନ୍ଦପୁର ଗାଁର ବୃନ୍ଦାବନ ଗେଡିଙ୍କ ଝିଅ ବାହାଘର ଥିଲା । ଝିଅ ପୁଷ୍ପଲତାର ବାହାଘର ସରିଲା ପରେ ରାତିରେ ଶୋଇଥିବା ବେଳେ ହଠାତ ଘରେ ନିଆଁ ଲାଗି ଯାଇଥିଲା । ବିଦ୍ୟୁତ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା ବେଳେ ଗ୍ରାମବାସୀମାନେ ଈଶ୍ବରପୁର ବିଦ୍ୟୁତ ଷ୍ଟ୍ରକଚରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଫୋନ୍ କରିଥିଲେ । ହେଲେ ଫୋନ୍ ନଉଠାଇବାରୁ ବିଦ୍ୟୁତ ନକାଟିବାରୁ ପାଣି ଛାଟି ନିଆଁ ଲିଭାଇ ପାରିନଥିଲେ ।

ଦମକଳ ବାହିନୀ ପହଁଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲ । ଘରର ସମସ୍ତ କାଗଜପତ୍ର, ବାସନକୁସନ, ଅସବାପତ୍ର ମୂଲ୍ୟବାନ ଜିନିଷ ସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ପରିବାରଲୋକେ ଏବଂ ଗାଁ ଲୋକ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଫୋନ କରି ସମସ୍ତ ଘଟଣା  ବିଷୟରେ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ବିପନ୍ନ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

   Related Posts