ରେଳ ସଦନ କ୍ୟାମ୍ପସରେ ଅଗ୍ନିକାଣ୍ଡ: ଲିଫ୍ଟରୁ ନିଆଁ ଲାଗି କୋଠା ଜଳିଲା

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର, ୦୧|୦୫: ପୂର୍ବ କୋଷ୍ଟ ରେଲୱେରେ ଥିବା ରେଲ କୁଞ୍ଜରେ ଅଫିସର୍ଙ୍କ ରେଷ୍ଟ ହାଉସର ଲାଇଫ୍ ଏରିଆରେ ନିଆଁ ଲାଗିଯାଇଛି ।

ରେଳ ସଦନର ଲିଫ୍ଟ ଏରିଆ ଅଫ୍ ଅଫିସର୍ ରେଷ୍ଟ ହାଉସ୍ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ୫୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ଷ୍ଟୋର ରୁମ୍ ଏବଂ ଗୋଟିଏ ସାଧାରଣ ବାଥରୁମ୍ କ୍ଷତିଗ୍ରସ୍ତ ହୋଇଛି | ଇଷ୍ଟକୋଷ୍ଟ ରେଳବାଇ ଏହି ଘଟଣାର ଅନୁସନ୍ଧାନ ଏବଂ ରିପୋର୍ଟ ଦାଖଲ କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.