Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ମୁମ୍ବାଇର କ୍ରାଉଫୋର୍ଡ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୩ ଘଣ୍ଟା ପରେ ନିଆଁ ଆୟତ୍ତ

12/06/2020 at 9:02 AM

ମୁମ୍ବାଇ ୧୨।୬: ମୁମ୍ବାଇର ପ୍ରସିଦ୍ଧ କ୍ରାଉଫୋର୍ଡ ମାର୍କେଟରେ ଗୁରୁବାର ସନ୍ଧ୍ୟାରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଦୀର୍ଘ ୩ ଘଣ୍ଟା ପରେ ନିଆଁ ଲିଭାଯାଇଥିଲା । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୪ଟି ଦମକଳ ଗାଡି ଉପସ୍ଥିତ ଥିଲା । ଘଟଣାସ୍ଥଳରେ ୪ଟି ୱାଟର ଟ୍ୟାଙ୍କର ମଧ୍ୟ ନିୟୋଜିତ କରାଯାଇଥିଲ। ।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ନିଆଁକୁ ଆୟତ୍ତ କରିଥିଲେ । କ୍ରାଉଫୋର୍ଡ ମାର୍କେଟ ଭିତରେ ପ୍ୟାକିଂ ସାମଗ୍ରୀ, ବୈଦ୍ୟୁତିକ ମିଟର ସମେତ ବୈଦ୍ୟୁତିକ ତାରରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ଅଗ୍ନିଶମ କର୍ମଚାରୀମାନେ ବହୁ ପରିଶ୍ରମ ପରେ ଲିଭାଇଥିଲେ ।

ନିଆଁ ଲିଭା କାର୍ଯ୍ୟାରେ ୫ଟି ଅଗ୍ନି ନିର୍ବାପକ ଜେଟ୍ ଲଗାଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ତୁରନ୍ତ କାର୍ଯ୍ୟ ହେତୁ ଏକ ବଡ ଅଘଟଣକୁ ଏଡାଇ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାଁନ୍ତି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ୬ଟା ବେଳେ ନିଆଁ ଲାଗିଥିଲା । କ୍ରାଉଫୋର୍ଡ ମାର୍କେଟର ତଳ ମହଲାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ବ୍ୟତୀତ ୧୦୮ ସେବା, ପୋଲିସ ଏବଂ ୱାର୍ଡ କର୍ମଚାରୀ ନିୟୋଜିତ ହୋଇଥିଲେ ।

ମୁମ୍ବାଇର କ୍ରାଉଫୋର୍ଡ ମାର୍କେଟ ମଧ୍ୟ ବହୁତ ବଡ ଏବଂ ବ୍ୟସ୍ତବହୁଳ । ଯଦିଓ ଲକ୍ ଡାଉନ୍ ଯୋଗୁଁ ଏତେ ଭିଡ ନଥିଲା ମାତ୍ର ଅଗ୍ନିକାଣ୍ଡ ଯୋଗୁଁ ବଜାରରେ ଅଧିକ କ୍ଷତି ଘଟିଛି । ବହୁ ସଂଖ୍ୟକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଥିଲେ ।

   Related Posts