ମାର୍କେଟ୍ କମ୍ପ୍ଲେକ୍ସ‌ରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | October 15, 2020 IST

ରାଇରଙ୍ଗପୁର ୧୫।୧୦: ରାଇରଙ୍ଗପୁର ସହରର ଏକ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ଜଳିଗଲା ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ । ରାଇରଙ୍ଗପୁର ସହର ମୁଖ୍ୟ ଗୋଲେଇ ଛକ ନିକଟ ଫ୍ରେଣ୍ଡସ କର୍ଣ୍ଣର ମାର୍କେଟ କମ୍ପ୍ଲେସରେ ଏହି ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୨ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକେ ଦୋକାନ ଘରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଲୋକେ ଭୟଭୀତ ହୋଇପଡିଥିଲେ ।

{"id":344589,"sizeSlug":"large"}

ଫ୍ରେଣ୍ଡସ କର୍ଣ୍ଣର ସହରର ବହୁ ପୁରୁଣା ଓ ବହୁତ ବଡ଼ ଦୋକାନ । ଛୁଞ୍ଚିରୁ ନେଇ ଇଲେକ୍ଟ୍ରୋନିକ ସାମଗ୍ରୀ, ଡ୍ରେସରୁ ଗ୍ରୋସରୀ ସବୁ କିଛି ଏହି ଦୋକାନରେ ଉପଲବ୍ଧ ଥାଏ । ଅଗ୍ନିଶମ ବିଭାଗ ଖବର ପାଇ ଆସିଲା ବେଳକୁ ନିଆଁ ପୁରା ଦୋକାନକୁ ବ୍ୟାପି ସାରିଥିଲା । ଫ୍ରିଜ, ଏସି ଫାଟିବାକୁ ଆରମ୍ଭ କରିଥିଲା । କମ୍ପ୍ଲେକ୍ସ ପଛପଟେ ଏକ ପଟ୍ରୋଲ ପମ୍ପ୍ ରହଥିଲା । ଯାହା ଫଳରେ ଲୋକଙ୍କ ଭୟ ଆହୁରି ବଢି ଯାଇଥିଲା ।

{"id":344590,"sizeSlug":"large"}

ଉପଖଣ୍ଡର ବିଭିନ୍ନ ସ୍ଥାନରୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ଏସଡିପିଓ, ତହସିଲଦାର ଘଟଣା ଉପରେ ନଜର ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହଁ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.