ଗ୍ୟାସ୍‌ ଲିକ୍ ହୋଇ ଲାଗିଗଲା ନିଆଁ : ଜଳିଗଲା ୫ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | March 01, 2021 IST

ମହାକାଳପଡା ୧।୩: ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୫ ବଖରା ଘର । ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାକାଳପଡା ବ୍ଲକ୍ ପେଟଛେଲା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୫ ବଖରା ଘର । ଗାଁର ଭରତ ମାଇତିଙ୍କ ଘରେ ସନ୍ଧ୍ୟାରେ ରୋଷେଇ ବେଳ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି ।  ପରିବାର ଲୋକ ଜୀବନ ବଂଚାଇବା ପାଇଁ ଘରୁ ବାହାରି ଆସିଥିଲେ । ନିଆଁକୁ ଆୟତ୍ତ ପାଇଁ ଗ୍ରାମବାସୀ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ନିଆଁ ପ୍ରକୋପରେ ସମ୍ପୂର୍ଣ୍ଣ ଘର  ଜଳି ପୋଡି ଯାଇଛି ।  ପିନ୍ଧା ଲୁଗା ବ୍ୟତୀତ ଘରେ ଥିବା ଧାନ, ଚାଉଳ ଓ ଖାଦ୍ୟ ପଦାର୍ଥ, ଆସବାବପତ୍ର ଟଙ୍କା ପଇସା ମୂଲ୍ୟବାନ କାଗଜ ପତ୍ର ଜଳିପୋଡି ପାଉଁଶ ହୋଇ ଯାଇଥିଲା । ମହାକାଳପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.