ଜଳିଗଲେ ମାଆ ଓ ଝିଅ, ଘରୁ ଉଦ୍ଧାର ହେଲା ଅର୍ଧଦଗ୍ଧ ମୃତଦେହ

Published By : Prameya-News7 Bureau | July 04, 2020 IST

କୋଲକାତା, ୦୪|୦୭:  ଶନିବାର ଅପରାହ୍ନରେ କୋଲକାତାର ବେହେଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ସର୍ଟସର୍କିଟ୍ ନିଆଁରେ ପୋଡି ହୋଇ ମାଆ ଓ ଝିଅ ପ୍ରାଣ ହରାଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶନିବାର ଦିନ ୧୨ଟା ୩୦ରେ ମାଆ ଓ ଝିଅ ରହୁଥିବା ଘରେ ହଠାତ ନିଆଁ ଲାଗିଯାଇଥିଲେ । ସେମାନେ ଘର ଭିତରୁ ବାହାରି ପାରି ନଥିଲେ । ଦମକଲ ବାହିନୀ ଆସି ନିଆଁ ଲିଭାଇଲା ବେଳକୁ ବିଳମ୍ବ ହୋଇଯାଇଥିଲା । ତେବେ ସେତେବେଳକୁ ମାଆ ଓ ଝିଅ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲେ । କିନ୍ତୁ ପରିବାରର ଆଉ ୩ ସଦସ୍ୟ ଖସି ଆସିବାରେ ସକ୍ଷମ ହୋଇଥିଲେ ।

ଜଳିଯାଇଥିବା ମହିଳା ହେଲେ ୬୮ ବର୍ଷୀୟା ସୋମା ମିତ୍ର ଓ ତାଙ୍କ ଝିଅ କକାଳି ମିତ୍ର । ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.