କତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | June 03, 2020 IST

ପିପିଲି ୩।୬: କତା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସାତଶଙ୍ଖଠାରେ ଥିବା କଳିଙ୍ଗ କତା କମ୍ପାନୀରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କତା ସାମଗ୍ରୀ ସହିତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

{"id":280544,"sizeSlug":"large"}

ଅଗ୍ନିକାଣ୍ଡ ଖବର ପାଇ ପିପିଲି ସତ୍ୟବାଦୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ କୌଣସି ଲୋକ ଆହତ ହୋଇନଥିବା ଜଣାପଡିଛି । ତେବେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.