ଏନଏସି କାର୍ଯ୍ୟାଳୟରେ ଲାଗିଗଲା ନିଆଁ, ବହୁ ଜିନିଷପତ୍ର ପୋଡି ପାଉଁଶ

Published By : Prameya-News7 Bureau | June 28, 2021 IST

କରଞ୍ଜିଆ ୨୮।୬: କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ସୋମବାର ଅପରାହ୍ନ ସମୟରେ କୌଣସି କାରଣ ଯୋଗୁଁ  ଦିନ ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋଦାମ ଘରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଗୋଦାମ ଘରେ ଥିବା ମଶାତେଲରୁ ଆରମ୍ଭ କରି ବହୁ ଦରକାରୀ ଉପକରଣ ସହିତ ବହୁ ଜିନିଷପତ୍ର ପୋଡି ଯାଉଥିବା ବେଳେ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରୁଥିଲେ ବି ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରିପାରିନି ଅଗ୍ନିଶମ ବିଭାଗ । ତେବେ ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇଯାଇଛି ।

{"id":472561,"width":747,"height":411,"sizeSlug":"large","linkDestination":"none"}

ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ହେଲାଣି ନିଆଁ ଲାଗିଥିଲେ ଖବର ଲେଖାହେବା ସୁଦ୍ଧା ନିଆଁ ଆୟତ୍ତ ହୋଇପାରିନି । ନିଆଁ ଲାଗିଯିବାର ୩୦୦ ପ୍ୟାକେଟ୍ ବ୍ଲିଚିଂ, ୫୦୦୦ଲିଟର ମଶା ତେଲ ଓ ୫୦୦ଲିଟରରୁ ଉର୍ଦ୍ଧ୍ବ ଫିନାଇଲ ନଷ୍ଟ ହୋଇଥିବା ନେଇ ପ୍ରାଥମିକ ଭାବେ ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ହୋଇଥାଇପାରେ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.