ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ପ୍ରସୂତୀ ବିଭାଗରେ ଲାଗିଲା ନିଆଁ

Published By : Prameya-News7 Bureau | August 22, 2019 IST

ଜଗତସିଂହପୁର ୨୨|୮: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଗତକାଲି ମଧ୍ୟ ରାତ୍ରିରେ ହଠାତ୍ ପ୍ରସୂତୀ ବିଭାଗରେ ଥିବା ଏକ ବିଦ୍ୟୁତ୍ ବୋର୍ଡରୁ ନିଆଁ ବାହରିଥିଲା । ବିଦ୍ୟୁତ ତାର ପୋଡିଯାଇ ବିଦ୍ୟୁତ କାଟ ହେବା ସହ ସବୁ ଆଡ ଧୂଆଁମୟ ହୋଇ ଯାଇଥିଲା । ଫଳରେ ବିଭିନ୍ନ ବେଡରେ ଥିବା ଶତାଧିକ ରୋଗୀ ଜୀବନ ବିକଳରେ ବାହାରକୁ ବାହାରି ଆସିବା ସହ ସାରା ରାତି ଖୋଲା ଆକାଶ ତଳେ ବସି ରହିଥିଲେ । ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବାର ଜଣାପଡିଛି ।

{"id":147255}

ବିଶେଷ କରି ସିଜରିଂ ହୋଇଥିବା ପ୍ରସୂତୀ ଓ ନବଜାତ ଶିଶୁମାନଙ୍କୁ ତଳକୁ ଆଣିବା ପାଇଁ ନାକେଦମ ହୋଇଥିଲେ ସେମାନଙ୍କ ସଂପର୍କୀୟ ମାନେ । ଆସି ପାରି ନଥିବା ଅନ୍ୟ ରୋଗୀମାନଙ୍କୁ ପରେ ଲୋକଙ୍କ ମାଧ୍ୟମରେ ଉଦ୍ଧାର କରାଯାଇଥିଲା । ଭୟ ଓ ଅନ୍ଧକାର ଯୋଗୁଁ ରୋଗୀମାନେ ସାରା ରାତି ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ଖୋଲା ଆକାଶ ତଳେ ପଡି ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ କାହାରିବି ଦେଖା ଦର୍ଶନ ମିଳିନଥିବା ଅଭିଯୋଗ ହୋଇଛି ।

{"id":147256}

ଡିୟୁଟିରେ ଥତ୍ବା ସିକ୍ୟୁରିଟି କର୍ମଚରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ।ଅଗ୍ନିକାଣ୍ଡ ନେଇ ରାତି ଡ୍ୟୁଟିରେ ଥିବା ଡାକ୍ତର ମାନେ କହିଛନ୍ତି ଯେ, ରୋଗୀମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ଅଧିକ ଚିକିତ୍ସା ପାଇଁ ବିଭାଗୀୟ ଅନ୍ୟାନ୍ୟ ଡାକ୍ତର ଓ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଖବର ଦିଆ ଯାଇଛି ।

{"id":147257}

ସକାଳ ପର୍ଯ୍ୟନ୍ତ ଶତାଧିକ ରୋଗୀ ଭୟର ବାତାବରଣ ଭିତରେ ରହି ଖୋଲା ଆକାଶ ତଳେ ପଡିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ଦେଖା ଦର୍ଶନ ନମିଳିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେଉଁ କାରଣରୁ ଓ କିପରି ନିଆଁ ଲାଗିଲା ତାର ସଠିକ୍ ତଦନ୍ତ ହେବା ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.