ଅଗ୍ନିକାଣ୍ଡ ଘଟି ୫ବଖରା ଘର ଭସ୍ମୀଭୂତ : ଲକ୍ଷାଧିକ ଟଙ୍କା ପୋଡ଼ି ପାଉଁଶ
10/11/2019 at 9:53 AM

ବାଲେଶ୍ବର ୧୦/୧୧: ଅଗ୍ନିକାଣ୍ଡ ଘଟି ୫ବଖରା ଘର ଭସ୍ମୀଭୂତ ହୋଇଛି।ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ହାଟମଇତାପୁର ଗ୍ରାମର ଗୟାଧର ବାରିକଙ୍କର ଘରେ ବିଳମ୍ବିତ ରାତିରେ ଅଚାନକ ଅଗ୍ନିକାଣ୍ଡ ଘଟି ଘରର ଆସବାବପତ୍ର ସହିତ ଘରେ ଥିବା ଟଙ୍କା ପୋଡି ପାଉଁଶ ହୋଇଯାଇଥିଲା।

ନିଆଁରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ଖବର ପାଇ ଅଡା ଦମକଳ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିଛି ।
