Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରାତି ଅଧରେ ଜଳିଗଲା ଫଳ ମାର୍କେଟ୍ : ନିଆଁରେ ପୋଡି ଜଣେ ଗୁରୁତର, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

18/12/2020 at 9:57 AM

ବଲାଙ୍ଗୀର ୧୮।୧୨: ବଲାଙ୍ଗୀର ସହରରେ ଅଘଟଣ । ରାତି ଅଧରେ ଜଳିଗଲା ଫଳ ମାର୍କେଟ୍ ।  ନିଆଁରେ ଜଳି ଜଣେ ଗୁରୁତର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ବଲାଙ୍ଗୀର ସହର ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଫଳ ମାର୍କେଟରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ୭ରୁ ଅଧିକ ଫଳ ଠେଳା ସହ ଦୋକାନ ପୋଡିଯାଇ ନଷ୍ଟ ହୋଇଯାଇଛି । ତେବେ ଫଳ ଦୋକାନରେ ଶୋଇଥିବା ଜଣେ ବ୍ୟକ୍ତି  ମଧ୍ୟ ନିଆଁ ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି । ହେଲେ ଅଳ୍ପକେ ବ୍ୟକ୍ତି ଜଣକ ବର୍ତ୍ତି ଯାଇଛନ୍ତି । ତାଙ୍କ ନାମ କୁନୁ ଘିବେଲା ।

ଗୁରୁବାର ରାତି ପାଖାପାଖି ଗୋଟାଏ ସମୟରେ ହଠାତ୍ ଫଳ ମାର୍କେଟରେ ନିଆଁ ଲାଗିଯାଇଥିଲା । ଟାଉନ ଥାନା ପିସିଆର ଏ ଘଟଣାକୁ ଦେଖିବା ସହ ଅଗ୍ନିଶମ ବିଭାଗକୁ  ସୂଚନା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ୪ରୁ ୫ଲକ୍ଷ ଟଙ୍କା କ୍ଷୟକ୍ଷତି ଆକଳନ କରିଛନ୍ତି ଫଳ ବ୍ୟବସାୟୀ । ତେବେ ପୂର୍ବ ଶତ୍ରୁତାରୁ କେହି ଜଣେ ଫଳ ମାର୍କେଟରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ।

ତେବେ ପୂର୍ବରୁ ସରକାରୀ ବସଷ୍ଟାଣ୍ଡଠାରୁ କଚେରୀ ଛକ ରାସ୍ତା କଡରେ ଫଳ ଦୋକାନ ଖୋଲୁଥିଲେ ବ୍ୟବସାୟି ତାଙ୍କୁ ସ୍ଥାୟୀ କରିବା ପାଇଁ ପାଖରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗି ଥଇଥାନ କରାଯାଇଥିଲା । ଫଳ ଭେଣ୍ଡିଙ୍ଗ ଜୋନ୍ ଖୋଲାଯାଇଥିଲା । ତେବେ ପୂର୍ବ ଅପେକ୍ଷା ବ୍ୟବସାୟରେ ମାନ୍ଦାଅବସ୍ଥା ଥିବାବେଳେ ଏଭଳି ଏକ ଘଟଣା ଘଟିବା ଫଳରେ ଅସନ୍ତୋଷ ଫଳ ବ୍ୟବସାୟୀ । ଟାଉନ ଥାନା ପୋଲିସ ନିଆଁ ଲାଗିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।  

   Related Posts